ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମରେ ସ୍ୱାମୀ ଲକ୍ଷ୍ମଣl ନନ୍ଦଙ୍କସରସ୍ବତୀଙ୍କ ସତର ତମ  ଶ୍ରାଦ୍ଧ ବର୍ଷକୀ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ଶାନ୍ତି ଶୃଙ୍ଖଳାର ସହିତ ପାଳିତ 

Aug 16, 2025 - 06:55
 0  6
ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମରେ ସ୍ୱାମୀ ଲକ୍ଷ୍ମଣl ନନ୍ଦଙ୍କସରସ୍ବତୀଙ୍କ ସତର ତମ  ଶ୍ରାଦ୍ଧ ବର୍ଷକୀ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ଶାନ୍ତି ଶୃଙ୍ଖଳାର ସହିତ ପାଳିତ 

ସ୍ୱାମୀଜୀ ଙ୍କ ହତ୍ୟାକାଣ୍ଡକୁ ପୁରିଲା ୧୭ବର୍ଷ  ସ୍ୱାମୀଜୀଙ୍କ ପ୍ରକୃତହତ୍ୟାକାଗରୀ ଓ ଷଡଯନ୍ତ୍ର କାରୀ କିଏ?

ସିବିଆଇ ତଦନ୍ତ ଦାବୀ କଲା  ବିଶ୍ୱହିନ୍ଦୁ ପରିଷଦ l 

ବାଲିଗୁଡା:ଲୋକ ଆବାଜ.ଇନ (ପ୍ରମୋଦ କୁମାର ଦଣ୍ଡସେନା )

କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣ l ନନ୍ଦ ସରସ୍ବତୀଙ୍କ ସତର ତମ ଶ୍ରାଦ୍ଧ ବର୍ଷକୀ ଏନେଇ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ଚଳାଚଞ୍ଚଳ l ଅନ୍ତେବାସୀଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିଛି ସକାଳୁ ସକାଳୁ ପୁର୍ଣ୍ୟପୀଠ ବାବା ଜଳେଶ୍ୱର ମନ୍ଦିର ନିକଟ ରାହୁଲ ନଦୀର ଜଳ  ପୂଜାର୍ଚ୍ଚନା କରି କଳସ  ଶୋଭାଯାତ୍ରା ରେ ଅଣାଯାଇ ଥିଲା  ଏବଂ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ରେ ଜଳାଭିଶେକ କରାଯାଇଥିଲା  ହରିନାମ ସଂକୀର୍ଣ୍ଣନ କଳସ ଶୋଭାଯାତ୍ରା ଗୀତାଜ୍ଞାନ ଗୋ ପୂଜନ ହୋମ ଯଜ୍ଞ ଓ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପୂଜାର୍ଚନା କାର୍ଯ୍ୟକ୍ରମ ସହ ଅପରାହ୍ନ ରେ ଆଶ୍ରମର ସଭାଗୃହ ମଧ୍ୟରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣl ନନ୍ଦ ସରସ୍ବତୀଙ୍କ ସ୍ମୃତିସଭା  ହୋଇଯାଇଛି l ସ୍ମୁତି ସଭାରେ ସ୍ୱାମୀ ଲକ୍ଷଣl ନନ୍ଦ ସରସ୍ବତୀ କିଭଳି ଭାବରେ ବାଳିକା ଶିକ୍ଷା ସଂସ୍କୃତି ଓ କୃଷିକୁ ପ୍ରାଧାନ୍ୟ ଦେଉଥିଲେ ଧର୍ମାନ୍ତୀକରଣ ଓ ଗୋ ହତ୍ୟା କୁ ବିରୋଧ କରୁଥିଲେ  ସେ ନେଇ ସ୍ମୁତି ଚାରଣ ହୋଇଥିଲା l  ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି  ଦୁଇ ଜଣ ଡି ଏସ ପି ଏବଂ ତିନି ଜଣ  ସବ ଇନିସପେକ୍ଟର ସମେତ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହିତ ଜନ୍ମାଷ୍ଟମୀ ଓ ବଳିଦାନ ଦିବସ ପାଳିତ ହୋଇଥିଲା ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ କୁ ସତର ବର୍ଷ ପୁରି ଥିବା ବେଳେ ଏ ଯାଏଁ ପ୍ରକୃତହତ୍ୟାକାରୀ ଓ ଷଡଯନ୍ତ୍ର କାରୀ କିଏ ଜଣାପଡିନି l ନାଇଡ଼ୁ କମିଶନ ଓ ପାଣିଗ୍ରାହୀ କମିଶନ ତଦନ୍ତ ଶେଷ କରିଥିଲେ ସୁଦ୍ଧା ସ୍ୱାମୀଜୀ ଙ୍କ ହତ୍ୟା କାଣ୍ଡ ରହସ୍ୟ ହୋଇ ରହିଛି l ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇ ନ ଥିବା ଅଭିଯୋଗ କରିବା ସହିତ ସି ବି ଆ ଇ ତଦନ୍ତ ଦାବୀ କରିଛି ବିଶ୍ବହିନ୍ଦୁ ପରିଷଦ l 

What's Your Reaction?

like

dislike

love

funny

angry

sad

wow